ଓଡିଶାର ଏଇ ଆଦିବାସୀ ମହିଳାମାନେ ସଂଘର୍ଷ କରି ଧଳା ଚାଉଳ ଭାତ ଓ ସୋଯାବିନକୁ ଦୂରେଇ ଦେଇ ନିଜର ମିଲେଟ ଓ ଡାଲି ଫେରାଇ ଆଣିଛନ୍ତି ।
ଅନୁରାଧା ସେନଗୁପ୍ତା
ଆକାଶରେ ମେଞ୍ଚା ମେଞ୍ଚା କଳା ବାଦଲ ଗହଣରେ ସୂର୍ଯ୍ୟ ଲୁଚକାଳି ଖେଳୁଥାଏ, ଆଉ ତଳେ ଛାଇ-ଆଲୁଅରେ । ଛୋଟ-ବଡ ପାହାଡ ସବୁ କେତେବେଳେ ଝାପସା ତ କେତେବେଳେ ବାରି ହୋଇ ପଡୁଥାନ୍ତି । ବିଷମକଟକ ଓ । ମୁନିଗୁଡା – ଓଡ଼ିଶାର ରାୟଗଡା ଜିଲ୍ଲାର ଦୁଇଟି ବ୍ଲକ ଏଇ ପାହାଡ ଘେର ମଧ୍ୟରେ ଅବସ୍ଥିତ । ପାହାଡ ଉପରେ ସୂର୍ଯ୍ୟ କିରଣ ପଡିଲେ ସତେଜ ସବୁଜ ରଙ୍ଗ ଏତେ ଚିକ ଚିକ କରୁଥାଏ ଯେ ଆଖୁ ଆପେ ଆପେ ବନ୍ଦ ହୋଇ ଯାଉଥାଏ ।
ଏମିତି ଗୋଟିଏ ପାହାଡ ତଳେ ଖାଲପଦର ଗାଁ । ଉଛୁଳା ହସ ଓ କଥାବାର୍ଭାର ଶବ୍ଦ ଘରଚାଳ ଓ ଚାରି ପାଖର । ଗଛ ଡେଇଁ ଦୂରକୁ ଶୁଣାଯାଉଥାଏ । ଗୀତର ଲହରି ବି ମଝିରେ ମଝିରେ ଭାସି ଆସୁଥାଏ । ବୋଧହୁଏ କୌଣସି ଏକ ପର୍ବ ପାଳନ ସମୟରେ ମୁଁ ତାଙ୍କ ପାଖରେ ପହଞ୍ଚିଥୁଲି ।
ଗାଁ ଚାରିପଟର ଏଇ ପାହାଡ-ଜଙ୍ଗଲ ହିଁ ଏଠାକାର ଆଦିବାସୀ ଲୋକଙ୍କୁ ବର୍ଷ-ବର୍ଷ ଧରି ବଞ୍ଚାଇ ରଖୁଛି । ଜଙ୍ଗଲ ହିଁ ତାକୁ ଦିଏ ଖାଦ୍ୟ, ଔଷଧ, ଜାଳେଣୀ, ପଶୁଖାଦ୍ୟ, ପାଣି । ଏଇ ଜଙ୍ଗଲରେ ହିଁ ପୁରୁଷ-ପୁରୁଷ ଧରି ସେମାନେ । ଭିନ୍ନ ପ୍ରକାର ମିଲେଟ ଓ ପନିପରିବା ଚାଷ କରନ୍ତି । ଏଇମିତି ଚାଲିଥିଲା ସରକାରଙ୍କ ଆଖୁ ନ ପଡ଼ିବା ପର୍ଯ୍ୟନ୍ତ । ଜଙ୍ଗଲ ବିଭାଗ ପ୍ରଶସ୍ତ ଜଙ୍ଗଲ କାଟି ପକାଇ ଶାଗୁଆନ, ଇଉକାଲିପଟାସ ପରି ଅର୍ଥକାରୀ ଗଛ ଲଗାଇବାକୁ ଆରମ୍ଭ କଲା ।
ଏତିକିବେଳେ ଏଇ ଗାଁର ମହିଳାମାନେ ତାଙ୍କ ଜଙ୍ଗଲକୁ ସୁରକ୍ଷିତ ରଖୁବାକୁ ନିଷ୍ପତ୍ତି ନେଲେ । ଆଜି ସେଇମାନଙ୍କର ପ୍ରୟାସ ଯୋଗୁଁ ପାହାଡ ଉପରେ ପୁଣି ଥରେ ଦେଶୀ ଗଛ-ବୃକ୍ଷ, ଫୁଲଫଳ ସଜୀବିତ ହୋଇଉଠିଛି । ସେଇଥିପାଇଁ ତାଙ୍କ ଥାଳିକୁ ବି ଫେରି ଆସି ପାରିଛି ନାନା ରକମ ଖାଦ୍ୟ ।
“ସେମାନେ ଯେତେବେଳେ ଆମକୁ ଶାଗୁଆନ ଓ ଇଉକାଲିପଟାସ ବୃକ୍ଷରୋପଣ ବିଷୟରେ ପ୍ରବର୍ତ୍ତାଇବାକୁ ଆସିଲେ, ଆମେ ସିଧାସଳଖ ମନା କରି ଦେଲୁ । ସେମାନେ କହିଲେ, ‘ଅକ ପଇସା ମିଳିବ । (You will get more money ),’ କହନ୍ତି ତିମୋଲି କୁରୁଞ୍ଜଳିକ । କିନ୍ତୁ ଆମେ ଦେଖୁଛୁ ଏଇ ଗଛଗୁଡାକ ପାଖଆଖର ଆଉ ସବୁ ଗଛର ଜୀବନ ମାରି ଦେଉଛି । କନ୍ଦା କି ଛତୁ କି ଶାଗପତ୍ର କି ଫଳ ଗୋଟେ – କିଛି ହେଉନାହିଁ । ମାଟି ବି ଖରାପ ହୋଇ ଯାଉଛି । ମାତ୍ର ଜଙ୍ଗଲ ବିଭାଗ ଆମ କଥା ନ ଶୁଣି ତାଙ୍କ ଗଛ ଲଗାଇଲେ । ତିନି ବର୍ଷ ଭିତରେ ଚାରି ପଟରେ ଅନ୍ୟ ଯେତେ ଗଛ-ଲତା ଥିଲା ସବୁ ମରିଗଲା ।”
ସ୍ଥାନୀୟ ଆଦିବାସୀ ଲୋକଙ୍କର ଅସୁବିଧା/ଖାଦ୍ୟ ଅଭାବ ଏଇଠି ଆରମ୍ଭ ହେଲା । ଛୁଆମାନଙ୍କୁ ଯଥେଷ୍ଟ ପୋଷକଯୁକ୍ତ ଖାଦ୍ୟ ମିଳିଲା ନାହିଁ । ଅଧୁକ ଅର୍ଥ ଉପାର୍ଜନ ସୁଯୋଗ ସଭ୍ ମହିଳାମାନେ ନିଷ୍ପତ୍ତି ନେଲେ bamani boirohoru (ତାଙ୍କ ଭାଷାରେ) ଅର୍ଥାତ ଜଙ୍ଗଲର ଧ୍ବଂସକାରି ବିକାଶ ହେବାକୁ ଦେବେ ନାହିଁ, ଏକ ଚିରନ୍ତନ ଭବିଷ୍ୟତ ପାଇଁ ବାଟ କାଢିବେ । ନୂଆ ଜଙ୍ଗଲ ନୀତି ତାଙ୍କ ସମ୍ପ୍ରଦାୟର ମନ୍ଦପୁଷ୍ଟିର କାରଣ ବୋଲି ସେମାନେ ଅନୁଭବ କଲେ ଓ ହଜି ଯାଇଥିବା ଧନକୁ ଫେରାଇ ଆଣିବାକୁ ଅଣ୍ଟା ଭିଡ଼ିଲେ ।
ପ୍ରଥମ କାମ ଥିଲା – ମିଲେଟ ଚାଷ ଜମି ଫେରାଇ ଆଣିବା । “ରୋପଣ କରାଯାଇଥିବା ଗଛଗୁଡିକୁ କାଟି ତା’ ଜାଗାରେ ଆମର ପାରମ୍ପରିକ ଗଛ ଲଗାଇବାକୁ ନିଷ୍ପତ୍ତି ନେଲୁ – ଆମ୍ବ, ମହୁଲ, ଖଜୁରୀ, ପଣସ, ତେନ୍ତୁଳୀ, ଜାମୁକୋଳି..”, କହନ୍ତି ବାଲୁ ଶିକୋକା । ଜଙ୍ଗଲ ବିଭାଗ ବାବୁମାନେ ପୁଲିସକୁ ଜଣାଇଲେ । ସେମାନେ କହିଲେ ଗଛ ଉପାଡିଲେ ଆମକୁ ଜେଲ ହେବ । ଆମେ କହିଲୁ ଆମେ ଯିବୁ । ଆମେ ସମସ୍ତେ ଯିବୁ – ଛୁଆପିଲା, ପୁରୁଷସ୍ତ୍ରୀ, ବୁଢା-ବୁଢୀ ସମସ୍ତେ ଜେଲରେ ରହିବୁ । ଆମ ଜଙ୍ଗଲ ପାଇଁ ଆମେ ଜେଲ ଯିବୁ । କିନ୍ତୁ ସେଠି ବି ତୁମର ସହରି ଖାଦ୍ୟ ଖାଇବୁ ନାହିଁ । ଆମକୁ ମାଣ୍ଡିଆ ଦେବ । ଜଙ୍ଗଲ ବିଭାଗ ବାବୁ ଓ ପୁଲିସ ଚୁପଚାପ ପଳେଇଗଲେ । ଗତ ମାସରେ ସେମାନେ ପୁଣି ଥରେ ଆସିଲେ । ଆମେ କହିଲୁ, ‘ଆମେ କଣ ଚାହୁଁଛୁ ତୁମେ ଜାଣିଛି । ଏତିକି ଶୁଣି ସେମାନେ ପଳାଇଲେ ।
ଏଇ ମହିଳାମାନେ ଏବେ ସାଜିଛନ୍ତି ସେ ଅଞ୍ଚଳର ପରିବର୍ତ୍ତନର ବାର୍ଭାବହ, ଗାଁକୁ ଗାଁ ବୁଲି ଜଙ୍ଗଲରେ ନିଜ ଗଛ ଲଗାଇବାକୁ ଲୋକଙ୍କୁ କହୁଛନ୍ତି । ଗତ ବର୍ଷ ପାଖ ନାଡୁବାଦୀ ଗାଁରେ ଜଙ୍ଗଲ ବିଭାଗ ତରଫରୁ ଇଉକାଲିପଟାସ ନର୍ସରୀ କରଯାଇଥିଲା । ଗ୍ରାମବାସୀ ଜଙ୍ଗଲ ବିଭାଗୀୟ ଅଫିସକୁ ଯାଇ ତାହା ନ କରିବାକୁ ଯୁକ୍ତିଯୁକ୍ତ ଅନୁରୋଧ କଲେ । ବାରମ୍ବାର ଅନୁରୋଧ ବିଫଳ ହେବାରୁ ଗାଁ ଲୋକେ ଇଉକାଲିପଟାସ ଗଛ କାଟି ନିଆଁ ଲଗାଇଦେଲେ, ନର୍ସରୀ ଭାଙ୍ଗି ଦେଲେ । ସୁଖମତି ଶିକୋକା ମନେ ପକାଇ କହନ୍ତି, “ଦିନେ ଦିପହରେ ଦି’ଟା ଗାଡିରେ ପୁଲିସ ଆସିଲେ ଆମେ ସବୁ କିଏ କ୍ଷେତରେ, କିଏ ଜଙ୍ଗଲରେ କାମ କରୁଥାଉ ଦୁଇ ଜଣ ମହିଳା ଯାଇ ଖବର ଦେଲେ।
ପିଲା-ପିଲି, ପୁଅ ଝିଅ, ପୁରୁଷ ସ୍ତ୍ରୀ, ବୁଢା ବୁଢୀ ସମସ୍ତେ ଠେଙ୍ଗା-ବାଡି ଧରି ଯାହା ପାଇଲୁ ଧରି ଧାଇଁ ଆସିଲୁ । । ପୁଲିସ ଗାଁ ଛାଡି ପଳାଇଲା । ଗାଁ ସାରା ଲୋକ ବିରୋଧ କଲେ । ଶେଷରେ ଜଙ୍ଗଲ ବିଭାଗ ଆମ କହିବା
ଅନୁସାରେ ଗଛ ଲଗାଇବାକୁ ରାଜି ହେଲା ।” । ବିବିଧତା ଫେରାଇ ଆଣିବାକୁ ବହୁତ ପରିଶ୍ରମ କରିବାକୁ ପଡେ । ଗଛଗୁଡାକ ବଢିବାକୁ ତ ଅତି କମରେ ପାଞ୍ଚ ବର୍ଷ ଲାଗେ ବୃକ୍ଷ ରୋପଣ କରାଯାଇଥିବା ଜମିର ମାଟି ବହୁତ କ୍ଷତିଗ୍ରସ୍ତ ହୋଇଥାଏ । ପରିପୂରଣ କରି ପୁନଃ ଉର୍ବର ହେବାକୁ ସମୟ ଲାଗେ । ଆଦିବାସୀ ମହିଳାମାନେ ଛୋଟ ଛୋଟ ଅନୌପଚାରିକ ଦଳ ବାନ୍ଧି ଜଙ୍ଗଲ ନିୟମିତ ପର୍ଯ୍ୟବେକ୍ଷଣ କରୁଛନ୍ତି, ଜଙ୍ଗଲଜାତ ଜିନିଷ ସଂଗ୍ରହରେ ଶୃଙ୍ଖଳା ପାଇଁ କେତେକ ନିୟମ ବି କରିଛନ୍ତି । ଚଳିତ ବର୍ଷ, ଜୁନ-ଜୁଲାଇ ଦୁଇ ମାସରେ ଆମେ ପାଖ ପାଖ ପ୍ରାୟ ପଇଁତିରିଶ ଗାଁ ଜଙ୍ଗଲରେ ଗଛ ଲଗାଇଛୁ । ମୁନିଗୁଡା ଓ ବିଷମକଟକର ଛଅ ହଜାରରୁ ଅଧ୍ବକ ପରିବାର ଏଥିରେ ସାମିଲ ହୋଇଛୁ । ପ୍ରତି ପରିବାର ଦଶରୁ ପନ୍ଦରଟି ଲେଖାଏଁ ଗଛ ଲଗାଇଛୁ। ଏଥର ଆମ ପିଲାଙ୍କର ପୃଷ୍ଟି ଆବଶ୍ୟକତା ମେଣ୍ଟିବ ।”
ସେ ଅଞ୍ଚଳରେ ଖାଦ୍ୟ ଓ ପୋଷଣ ସୁରକ୍ଷା ଦିଗରେ କାମ କରୁଥିବା ଏକ ବେସରକାରୀ ସଂସ୍ଥା ଲିଭିଙ୍ଗ ଫାର୍ମସ, ପ୍ରତି ଛଅ ମାସରେ ଲୋକଙ୍କ ଖାଦ୍ୟ ବିବିଧତା ସମୀକ୍ଷା କରେ । “୨୦୧୪ରେ ୫୮% ପରିବାରଙ୍କର ପୋଷଣ ହାର କମ ଥିଲା । ଏ ବର୍ଷ ତାହା କମି ୧୮% ହୋଇଛି । ଆମ କାମର କେନ୍ଦ୍ର ବିନ୍ଦୁ ହେଉଛି କୃଷି, ପ୍ରାକୃତିକ ସମ୍ବଳ ପରିଚାଳନା ଓ ପୋଷଣ ମଧ୍ୟରେ ସଂଯୋଗ ସ୍ଥାପନ କରିବା, କହନ୍ତି ଲିଭିଙ୍ଗ ଫାର୍ମସର ବିଚିତ୍ର ବିଶାଳ। “ଗତ କିଛି ବର୍ଷର କାର୍ଯ୍ୟ ମଧ୍ୟରେ ଆମେ ଅନୁଭବ କଲୁ ଯେ କେବଳ ଆଇ ସି ଡି ଏସ ପରି କେତୋଟି ସରକାରୀ ଯୋଜନା ଦ୍ବାରା ପୋଷଣ ସୁରକ୍ଷା ମିଳିପାରିବ ନାହିଁ । ଛତୁଆ, ମଧ୍ୟାହ୍ନ ଭୋଜନ, ଅଣ୍ଡା …. ଏସବୁ ପରିପୂରକ ଖାଦ୍ୟ । ରାୟଗଡା ଅଞ୍ଚଳରେ ପାରମ୍ପରିକ ଖାଦ୍ୟରେ ବିବିଧତା ଢେର ବେଶି ଥିଲା – କେତେ ରକମର ଡାଲି, ଶସ୍ୟ, ମିଲେଟ (ଛୋଟଦାନା ଯୁକ୍ତ ଶସ୍ୟ), ଫଳ, ପନିପରିବା, ଶାଗ, ଛତୁ ଆଦି । ଆମକୁ ଏସବୁ ସୁରକ୍ଷିତ ରଖୁବାକୁ ହେବ, ନଷ୍ଟ କରିବା କଥା ନୁହେଁ ।
ଗୋଟିଏ ସାଧାରଣ ଆଦିବାସୀ ପରିବାରର ଦିନ ଆରମ୍ଭ ହୁଏ ମାଣ୍ଡିଆ ଜାଉରୁ ମଧାହ୍ନ ବେଳକୁ ଆଉ ଗୋଟିଏ । ମିଲେଟ ସହିତ ପିଆଜ, ଜଙ୍ଗଲରୁ ତୋଳି ଆଣିଥିବା ଶାଗ – ଯେମିତି ଗନ୍ଧିରୀ ଶାଗ, ବର୍ଷା ଦିନେ ଛତୁ କି ନଦୀ/ନାଳରୁ ଧରିଥିବା ମାଛ କିମ୍ବା ବିଲରୁ କଙ୍କଡା ବା କୌଣସି ମାଂସ । ସନ୍ଧ୍ୟାରେ ସାଧାରଣତଃ ଭାତ (ଚାଉଳ) ସହିତ ପରିବା ତରକାରୀ, ଡାଲି କି ଝୁଡଙ୍ଗ ମଞ୍ଜି । ଗାଁର ମହିଳାମାନେ କିଛି ବର୍ଷ ତଳର କଥା ମନେ ପକାନ୍ତି, କେତେ ରକାମର ଖାଦ୍ୟ ସେମାନେ ଖାଉଥିଲେ – ଜନା, ସୁଆଁ, କାଙ୍ଗୁ, କୋଦୋ, କୋଶଳା, ଗୁରଜି, କେତେ ପ୍ରକାର ପକ୍ଷୀ,ପଶୁ, ପୋକ ଆଦି । ଆମ୍ବ ଟାକୁଆ ଓ ତେନ୍ତୁଳୀ ମଞ୍ଜି, କନ୍ଦା ପୋଡା ଆଦି ବି ଖାଉଥିଲେ ।
ଔଷଧ ପାଇଁ ବି ଜଙ୍ଗଲ ଉପରେ ନିର୍ଭର କରନ୍ତି । ଜଣେ ସ୍ତ୍ରୀ ଲୋକ ଦୌଡି ଯାଇ ମୁଠାଏ ପତ୍ର ଓ କିଛି ମୂଳ ନେଇ । ଆସିଲେ ଓ ତାର ଔଷଧୀୟ ଗୁଣ ବଖାଣିଗଲେ – “ଏଇଟା ରକ୍ତ ବୋହୁଥିଲେ ବନ୍ଦ କରିଦିଏ, ଏଇଟା ଦାନ୍ତ ବିନ୍ଧୁଥିଲେ …. ମୋ ଝିଅ ଜାଣିଛି ଦାନ୍ତ ବିନ୍ଧିଲେ କଣ କରିବାକୁ ପଡେ, ଲାଣ୍ଡି ଶିକୋକା କହିଲେ । “ଆମ ଗାଁର ଅନେକ ଲୋକଙ୍କୁ ସିଏ ଭଲ କରିଛି । ତା’ ଜେଜେମା (jejema- grandmother) ତାକୁ ଶିଖାଇଛନ୍ତି । ଜ୍ଞାନ । ଗୋଟିଏ ପିଢିରୁ ପରବର୍ତ୍ତୀ ପିଢିକୁ ଯାଇଥାଏ । ସମସ୍ତଙ୍କୁ ସବୁ ଜ୍ଞାନ ଦିଆଯାଏ ନାହିଁ, ଲୋକ ଦେଖ୍ ଦିଆଯାଏ । ଜେଜେମା ମୋତେ କହିଲେ ନାହିଁ, ତାକୁ ବତାଇଲେ, ଗଛ-ପତର ଚିହ୍ନିବା କଳା ତା’ଠି ଅଛି, ଏବେ ବି ସିଏ । ପାହାଡରେ ଜଙ୍ଗଲରେ ବହୁତ ସମୟ ବିତାଏ । ଥରେ ଜଣେ ବାହାର ଲୋକ ତା’ ପାଖକୁ ଔଷଧ ପାଇଁ ଆସିଲେ, । ପଚାରିଲେ, “ଏ ଔଷଧରେ ମୁଁ ଭଲ ହେଇଯିବି ନିଶ୍ଚୟ ତ ?” ମୁଁ କହିଲି, ‘ଦାନ୍ତ ଠିକ କରି ନ ପାରିଲେ ପାହାଡ ନେଇ ଯାଅ । ସହରି ଲୋକେ ଆସିବା ପରେ ଏସବୁ ଆସ୍ତେ ଆସ୍ତେ ଲୋପ ପାଇଗଲା । ସେମାନେ କହିଲେ | ‘ଏଗୁଡାକ ଖରାପ ଜିନିଷ । ସେମାନେ ଭାବିଲେ ଆମେ ସବୁ ମୂର୍ଖ । ପ୍ୟାଣ୍ଟ -ସାର୍ଟ ପିନ୍ଧା ଲୋକ ଆମକୁ ପଚାରିବେ । ଆମେ କଣ ଖାଉ, ଆଉ ଆମ କଥା ଶୁଣି ମୁହଁ ବୁଲାଇ ଦେବେ । ଏସବୁ ତାଙ୍କର ପରିଚୟ ଓ ଗୌରବକୁ ଆଘାତ ଦିଏ । ତା’ ପରେ, ତାଙ୍କ ପିଲାଏ ସହରକୁ ପାଠ ପଢିବାକୁ ଗଲେ, ଆଉ ଗୋଟେ ପ୍ରକାର ଖାଦ୍ୟ ଖାଇଲେ । “ସେମାନେ ମ୍ୟାଗି, ରୋଲ ଆଦି ମାଗିବାକୁ ଆରମ୍ଭ କଲେ । “
“ଆମେ ଦେଖୁଲୁ ଆଦିବାସୀମାନେ ତାଙ୍କ ନିଜ ଖାଦ୍ୟକୁ ହୀନ ଦୃଷ୍ଟିରେ ଦେଖୁବା ଆରମ୍ଭ କରିଛନ୍ତି I”, କହନ୍ତି ବିଚିତ୍ର ବିଶ୍ବାଳ । “ପାରମ୍ପରିକ ଖାଦ୍ୟରୁ ଦୂରେଇ ନ ଯିବା ପାଇଁ ଲିଭିଙ୍ଗ ଫାର୍ମସ ତରଫରୁ ଅନେକଗୁଡିଏ ସ୍ଥାନୀୟ ଖାଦ୍ୟ । ମେଳା ଆୟୋଜନ କରାଗଲା । ସେଇଠି ତାଙ୍କ ଖାଦ୍ୟର ପ୍ରାଚୁର୍ଯ୍ୟ, ମହତ୍ ଉପସ୍ଥାପନ ହେଲା । ପାରମ୍ପରିକ ଖାଦ୍ୟ, ପ୍ରସ୍ତୁତି ପ୍ରଣାଳୀ ଓ ବିହନ ଆଦି ଆଦାନ ପ୍ରଦାନ କରାଗଲା । ପିଲାଏ ଓ ଯୁବକମାନେ ତାଙ୍କ ଖାଦ୍ୟର ବିବିଧତା ଦେଲେ । ଏହା ଫଳରେ ତାଙ୍କ ପାରମ୍ପରିକ ଖାଦ୍ୟ ବ୍ୟବସ୍ଥାର ହୃତ ଗୌରବ ଫେରି ଆସିଛି ଓ ସ୍ଥାନୀୟ ଲୋକେ ବୁଝି ପାରିଛନ୍ତି ତାଙ୍କ ଖାଦ୍ୟ ପାଇଁ ଜଙ୍ଗଲ କେତେ ମହତ୍ତ୍ୱପୂର୍ଣ୍ଣ । “ଆଦିବାସୀମାନେ ଜଙ୍ଗଲକୁ ଜାଣନ୍ତି I”, କହନ୍ତି ଲାଣ୍ଡି ଶିକୋକା । “ଯେଉଁ ଦିନ ଆଦିବାସୀ ଏ ପୃଥିବୀରୁ ଲୋପ ପାଇଯିବେ, ସେଦିନ ଜ୍ଞାନ ଓ ଜଙ୍ଗଲ ଓ ପାହାଡ ବି ଲୋପ ପାଇଯିବ ।“ ଅନୁରାଧା ସେନଗୁପ୍ତା ଜଣେ ସ୍ବାଧୀନ ପତ୍ରକାର । ମହିଳା, ଯୁବପିଢି, ପରିବେଶ ଉପରେ କୁପ୍ରଭାବ ପକାଉଥିବା ସମସ୍ୟା ବିଷୟରେ ସେ ଲେଖନ୍ତି ।
ଅନୁରାଧା ସେନଗୁପ୍ତା ଜସଣ ସ୍ଵାଧୀନ ପତ୍ରକାର । େହିଳା, ର୍ୁବପିଢି, ପରିସବଶ ଉପସର କୁପ୍ରଭାବ ପକାଉଥିବା େେେୟା ବିଷୟସର ସେ ସଲେନ୍ତି ।
Read the original story in English – The Forest on Their Plates